Posts

Showing posts from December, 2025

ଡାକ୍ତରଙ୍କୁ ଦେଖା କରିବା ପୂର୍ବରୁ ଦୟାକରି ଏହାକୁ ଥରେ ପଢନ୍ତୁ...

ଡାକ୍ତରଙ୍କୁ ଦେଖା କରିବା ପୂର୍ବରୁ ଦୟାକରି ଏହାକୁ ଥରେ ପଢନ୍ତୁ... ଆପଣଙ୍କୁ ଦୁଇ କିମ୍ବା ତିନି ଦିନ ଜ୍ୱର ହେଲା । ଯଦି ଆପଣ କୌଣସି ଔଷଧ ନେଇ ନ ଥାନ୍ତେ, ତଥାପି କିଛି ଦିନରେ ଆପଣଙ୍କ ଶରୀର ଆପଣା ଛାଏଁ ଭଲ ହୋଇଯାଇଥାନ୍ତା । କିନ୍ତୁ ଆପଣ ଡାକ୍ତରଙ୍କ ପାଖରେ ଚାଲିଗଲେ । ଆରମ୍ଭରେ ହିଁ ଡାକ୍ତର ଅନେକ ଟେଷ୍ଟ ଲେଖିଦେଲେ । ଟେଷ୍ଟ ଫଳାଫଳରେ ଜ୍ୱରର କୌଣସି ବିଶେଷ କାରଣ ମିଳିଲା ନାହିଁ । ତଥାପି, କୋଲେଷ୍ଟେରଲ୍ ଏବଂ ଚିନିର ମାତ୍ରା ଟିକେ ଅଧିକ ଦେଖାଗଲା... ଯାହା ସାଧାରଣତଃ ସ୍ୱାଭାବିକ ଅଟେ । ଜ୍ୱର ଛାଡ଼ି ଗଲା, କିନ୍ତୁ ବର୍ତ୍ତମାନ ଆପଣ କେବଳ ଜ୍ୱର ରୋଗୀ ନ ଥିଲେ... ଡାକ୍ତରସାହେବ ଆପଣଙ୍କୁ କହିଲେ: "ଆପଣଙ୍କ କୋଲେଷ୍ଟେରଲ୍ ବଢିଗଲାଣି । ସୁଗାର ମଧ୍ୟ ଟିକେ ବଢିଗଲାଣି । ଏହାର ଅର୍ଥ ହେଉଛି ଆପଣ ପ୍ରି-ଡାଏବେଟିକ୍ ଅଛନ୍ତି । ଆପଣଙ୍କୁ କୋଲେଷ୍ଟେରଲ୍ ଏବଂ ଚିନି ନିୟନ୍ତ୍ରଣ କରିବାର ଔଷଧ ନେବାକୁ ପଡିବ ।" ଏହାସହିତ ଖାଦ୍ୟପେୟ ଉପରେ ଅନେକ ପ୍ରତିବନ୍ଧକ ଲାଗିଗଲା... ହୋଇପାରେ ଆପଣ ଖାଦ୍ୟ ସମ୍ବନ୍ଧୀୟ ନିୟମଗୁଡିକୁ କଠୋରତାର ସହିତ ପାଳନ କରି ନ ଥିଲେ — କିନ୍ତୁ ଔଷଧ ଖାଇବା ଆପଣ ଭୁଲି ନଥିଲେ... ତିନି ମାସ ବିତିଗଲା । ପୁଣି ଟେଷ୍ଟ ହେଲା । ଆପଣଙ୍କ କୋଲେଷ୍ଟେରଲ୍ ଟିକେ କମ ହେଲା, କିନ୍ତୁ ବର୍ତ୍ତମାନ ଆପଣଙ୍କ ରକ୍ତଚାପ ଟିକେ ବଢିଗଲା । ଆଉ ଏକ ଔଷଧ ଲେଖିଦିଆଗଲା । ବର୍ତ୍ତମାନ ଆପଣ ତିନୋଟି ଔଷଧ ଖାଉଥିଲେ । ଏସବୁ...