A009 ଷଷ୍ଠ ପ୍ରକାରର ସ୍ବାଦ ରସ
ଷଷ୍ଠ ପ୍ରକାରର ସ୍ବାଦ ରସ ଆୟୁର୍ବେଦ ଅନୁସାରେ 6 ପ୍ରକାରର ସ୍ବାଦ ର ପରିଚୟ ମିଳିଛି । ଯାହାର ଆଧାରରେ ସମସ୍ତ ଖାଦ୍ୟ-ପଦାର୍ଥ ମାନଙ୍କୁ ବର୍ଗୀକରଣ କରିପାରିବା :- ମଧୁର (ମିଠା) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । ଆମ୍ବିଳା (ଖଟ୍ଟା) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । ଲୁଣିଆ (ନମକ) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । ତିକ୍ତ (କାଢ଼ା) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । କଟୁ (ତିଖା/ପିତା) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । ଏବଂ କଷାୟ (କଷି) ସ୍ଵାଦ ଦେୟୁ ଥିବା ପଦାର୍ଥ ଗୁଡ଼ିକ । ମୌଳିକ ସ୍ବାଦ ର କ୍ରମିକ ସଂରଚନା 1. ମଧୁର (ପୃଥିବୀ + ଜଳ ମହାଭୂତ ) 2. ଆମ୍ବିଳା (ପୃଥିବୀ + ଅଗ୍ନି ମହାଭୂତ) 3. ଲୁଣିଆ (ଜଳ + ଅଗ୍ନି ମହାଭୂତ) 4. ତିକ୍ତ (ଅଗ୍ନି + ବାୟୁ ମହାଭୂତ) 5. ପିତା ( ବାୟୁ + ଅନ୍ତରୀକ୍ଷ ମହାଭୂତ) 6. କଷାୟ (ବାୟୁ + ପୃଥିବୀ ମହାଭୂତ) ମଧୁର ସ୍ବାଦ ର ଗୁଣ : ଓଜନିଆ, ଓଦାଲିଆ, ଗୁଣ୍ଡ କରିହେବ, ପୌଷ୍ଟିକ ଏବଂ ଥଣ୍ଡା ଯୁକ୍ତ । ଉଦାହରଣ : ମିଠା ଖାଦ୍ୟ ପଦାର୍ଥ ଦୁଧ ଏବଂ ଦୁଧରୁ ତିଆରି ଉତ୍ପାଦ (ଯେମିତି ଲହୁଣୀ, ଘିଅ, କ୍ରିମ) ଅଧିକାଂଶ ଅର୍ଣ୍ଣ (ଗହମ, ମକ୍କା, ଜବ) ଫଳିଆଁ (ସେମି, କାନ୍ଦୁଲ, ଡାଲି, ମୁଙ୍ଗ) ମିଠା ଫଲ (କଦଳୀ, ଖଜୁର, ଅଞ୍ଜିର, ଆମ, ଖରବୁଜ) କନ୍ଦା ଜାତୀୟ (ଗାଜର, ସକରକନ୍ଦ, ଚୁକନ୍ଦର୍) ସୁଖା ...