A005 ପଞ୍ଚ ମହାଭୂତ ବିଜ୍ଞାନ କହିଲେ କ'ଣ ବୁଝିବା ?
ପଞ୍ଚ ମହାଭୂତ ବିଜ୍ଞାନ କହିଲେ କ'ଣ ବୁଝିବା ?
ପଞ୍ଚ ତତ୍ତ୍ୱ ରେ ତିଆରି ବିଜ୍ଞାନ, ଯେମିତି ଆମ ଶରୀର, ଆମ ବ୍ରହ୍ମାଣ୍ଡ ଏହି ସବୁ ପଞ୍ଚ ତତ୍ତ୍ୱ ରେ ତିଆରି ହୋଇଛି । ଏହା ପଞ୍ଚ ତତ୍ତ୍ୱ କାୟା ଅଟେ । ପ୍ରଥମ ତତ୍ତ୍ଵ ଆକାଶ ଅଟେ । ଆକାଶରୁ ଅନ୍ୟ ଚାରି ତତ୍ତ୍ୱ ର ଉତ୍ପତ୍ତି ହୋଇଛି ।
ଆକାଶ ତତ୍ତ୍ୱ ର ଅର୍ଥ ଏହା ନୁହେଁ କି ଧରିତ୍ରୀ ର ଉପର ସ୍ତର ଦେଖା ଯାଉଛି ଯାହା ରାତ୍ରି ହେଲେ ଅନ୍ଧାର ହେବା କାରଣରୁ କଳା ଦେଖା ଯାଉଛି ଏବଂ ଦିନବେଳା ନୀଳ ଦେଖା ଯାଉଛି ଏହା ଆକାଶ ତତ୍ତ୍ୱ ନୁହେଁ ।
ଆକାଶ ତତ୍ତ୍ୱ ର ଅର୍ଥ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡରେ ବିସ୍ତାରିତ ଯେଉଁ ଶୂନ୍ୟ (Space) ଅଛି ତାହାକୁ ଆମେ ଆକାଶ ତତ୍ତ୍ୱ କହିବା ଯାହାର ଆରମ୍ଭ ନାହିଁ କି ଶେଷ ନାହିଁ । ଏଣୁ କରି ଏହାକୁ ଆମେ ଶୂନ୍ୟ ତତ୍ତ୍ୱ ବା ଆକାଶ ତତ୍ତ୍ୱ କହିବା ।
ଆକାଶ ତତ୍ତ୍ୱ ର ପ୍ରଥମ ଲକ୍ଷଣ ଶବ୍ଦ ନିର୍ମାଣ କରିବା । ଯେମିତିକି ଅନ୍ତରୀକ୍ଷ ବୈଜ୍ଞାନିକ, NASA, Space Research Center ର ବୈଜ୍ଞାନିକମାନଙ୍କ ମତରେ ସୂର୍ଯ୍ୟ ମଣ୍ଡଳରେ ଆମେ ଯେଉଁ ଉପଗ୍ରହ ଗୁଡ଼ିକ ବିଭିନ୍ନ ସମୟରେ ପଠାଇ ଥାଉଁ ସେହିଥିରୁ ମିଳିଥିବା ତଥ୍ୟ ଭିଡିଓ, ଚିତ୍ର, ଧ୍ୟନି ମାନଙ୍କୁ ବିଶ୍ଳେଷଣ କଲାପରେ ଶେଷରେ ଉପନୀତ ହୋଇଛନ୍ତି କି ସୂର୍ଯ୍ୟର ଆଭ୍ୟନ୍ତର ରେ ହେଉଥିବା ବିସ୍ଫୋରଣ ରୁ ଯେଉଁ ଶବ୍ଦ ହୁଏ । ସୂର୍ଯ୍ୟଙ୍କ ତରଫରୁ ଓଁ କାର ର ଧ୍ୟନୀ ବାହାରେ ସେହି ଶବ୍ଦ ଧ୍ୟନୀ ଆକାଶ ତତ୍ତ୍ୱ ଶବ୍ଦ ଧ୍ୟନୀ ରେ ନିର୍ଲିପ୍ତ ଥାଏ । ମନେକର ପଞ୍ଚ ମହାଭୂତ ଏହିପରି ଭାବରେ ଜାଣିବା ତେବେ, ଆକାଶ ତତ୍ତ୍ୱ ପରେ ଆସିବ ବାୟୁ ତତ୍ତ୍ୱ ।
ବାୟୁ ତତ୍ତ୍ୱ ଆମକୁ ଦୁଇ ପ୍ରକାରର ଅନୁଭବ ଦେଇଥାଏ ଗୋଟିଏ ହେଲା ଶବ୍ଦ ଅନ୍ୟଟି ବାୟୁ ଏହାକୁ ଆମେ ସ୍ପର୍ଶ କରି ଅନୁଭବ କରିପାରିବା କିନ୍ତୁ ଆକାଶ ତତ୍ତ୍ୱ କୁ ଅନୁଭବ କରି ପାରିବା ନାହିଁ ।
ପରବର୍ତ୍ତୀ ତତ୍ତ୍ୱ ଅଗ୍ନି ଏହି ତତ୍ତ୍ୱ ରେ ଶବ୍ଦ ଅଛି । ଛୁଇଁ ମଧ୍ୟ ପାରିବା, ଏହାର ରୂପ ମଧ୍ୟ ଅଛି ଦେଖି ପାରିବା ।
ପରବର୍ତ୍ତୀ ତତ୍ତ୍ୱ ଜଳ ଏହି ତତ୍ତ୍ୱ ରେ ଶବ୍ଦ ଅଛି । ଅନୁଭବ କରି ପାରିବା, ଏହାର ରସ ଅଛି । ରସ ରହିଥିବାରୁ ଏହି ତତ୍ତ୍ୱ ଅଧିକ ଜାଣିହୁଏ ।
ପରବର୍ତ୍ତୀ ତତ୍ତ୍ୱ ପୃଥିବୀ ଏହି ତତ୍ତ୍ୱ ରେ ଶବ୍ଦ ଅଛି । ଅନୁଭବ କରିପାରିବା ସ୍ପର୍ଶ କରିପାରିବା ତା'ସହ ରସ ଏବଂ ଗନ୍ଧ ଅଛି ଯାହାକି ଆମେ ନାକ ଦ୍ଵାରା ଆଗ୍ରାଣ କରି ଜାଣି ପାରିବା ।
ପଞ୍ଚ ମହାଭୂତ ର ତତ୍ତ୍ୱ କେଉଁ କେଉଁ ପ୍ରକାରର ଅଟେ ?
ପଞ୍ଚ ମହାଭୂତ : ଆକାଶ ମହାଭୂତ => ବାୟୁ ମହାଭୂତ => ଅଗ୍ନି ମହାଭୂତ => ଜଳ ମହାଭୂତ => ପୃଥିବୀ ମହାଭୂତ
ଆକାଶ ମହାଭୂତ : ଆକାଶ ତତ୍ତ୍ୱ ଶୂନ୍ୟ ଅଟେ । ଦେଖି ପାରିବା ନାହିଁ l ଅନୁଭବ ମଧ୍ୟ କରି ପରିବା ନାହିଁ ।
ବାୟୁ ମହାଭୂତ : ବାୟୁ ତତ୍ତ୍ୱ କୁ ସ୍ପର୍ଶ କରିପାରିବା କିନ୍ତୁ ଦେଖି ପାରିବା ନାହିଁ ।
ଅଗ୍ନି ମହାଭୂତ : ଅଗ୍ନି ତତ୍ତ୍ୱ କୁ ଦେଖି ପାରିବା । ଛୁଇଁ ମଧ୍ୟ ପାରିବା ।
ଜଳ ମହାଭୂତ : ଜଳ ତତ୍ତ୍ୱ ଦେଖି ପାରିବା । ଅନୁଭବ କରିପାରିବା ଏବଂ ରସ କୁ ମଧ୍ୟ ଜାଣିପାରିବା ।
ପୃଥିବୀ ମହାଭୂତ : ପୃଥିବୀ ତତ୍ତ୍ୱ କୁ ଶୁଙ୍ଘି କରି ତା'ହାର ଗନ୍ଧ ଜାଣିପାରିବା ।
ଆକାଶ ତତ୍ତ୍ୱ କେଉଁ କେଉଁ ଠାରେ ଅଛି ଆମ ଶରୀରରେ ?
ଆମ ଶରୀରରେ ଯେତେ ଶୂନ୍ୟ ସ୍ଥାନ ଗୁଡାକ ଅଛି ସେହି ସେହି ସ୍ଥାନ ମାନଙ୍କରେ ଥାଏ ।
ଉଦାହରଣ : ଆମ ମସ୍ତିଷ୍କ ରେ, ପାଟି ରେ, ଧମନୀ ରେ, ହାଡ଼ ମଧ୍ୟରେ ଥିବା ଖାଲି ସ୍ଥାନ ରେ, ତଣ୍ଟି ଠାରୁ ସହସ୍ରାର ଚକ୍ର (ମୁଣ୍ଡ ର ଶେଷ ପର୍ଯ୍ୟନ୍ତ) ଆକାଶ ତତ୍ତ୍ୱ ର ପ୍ରମୁଖ ସ୍ଥାନ ଅଟେ । ଆକାଶ ଶୂନ୍ୟ ତତ୍ତ୍ୱ ହୋଇଥିବାରୁ ଆମ ଶରୀରକୁ ହାଲକା କରେ ।
ବାୟୁ ତତ୍ତ୍ୱ କୁ ପାଞ୍ଚ ଭାଗରେ ବିଭକ୍ତ କରିପାରିବା ।
ପ୍ରାଣ ବାୟୁ, ଅପାନ ବାୟୁ, ଉଦାନ ବାୟୁ, ବ୍ୟାନ ବାୟୁ, ସମାନ ବାୟୁ
ପ୍ରାଣ ବାୟୁ : ନାକ ଠାରୁ ଫୁସଫୁସ ପର୍ଯ୍ୟନ୍ତ ମୁଖ୍ୟତଃ ରହେ । ଦୁଇ କାନ ରେ ମଧ୍ୟ ରହେ । କାର୍ଯ୍ୟ : ଶରୀରର ରକ୍ତ ସଞ୍ଚାଳନ କାର୍ଯ୍ୟ କୁ ଗତି ପ୍ରଦାନ କରେ । ପ୍ରାଣ ବାୟୁ କମ ହେଲେ UnComfortable (ଅସୁବିଧାଜନକ) ଲାଗେ, ଅଧିକ କମିଯିବ ତେବେ Senseless (ମୂର୍ଚ୍ଛା) ହିଇଯାଆନ୍ତି ।
ଅପାନ ବାୟୁ : ବଣକି ଠାରୁ ତଳକୁ ସମସ୍ତ ଅଙ୍ଗ ଗୁଡ଼ିକୁ ନିୟନ୍ତ୍ରଣ କରେ । କାର୍ଯ୍ୟ : ମଲ, ମୂତ୍ର, ବୀର୍ଯ, ମାସିକ ଧର୍ମ କୁ ନିଷ୍କାସନ କରେ । ଅପାନ ବାୟୁ କମ ହେଲେ ଆଣ୍ଠୁ ଦରଦ ହୁଏ ।
ଉଦାନ ବାୟୁ : ବଣକି ର ଉପରକୁ ଏବଂ ହୃଦୟର ତଳ ଭାଗ ମଧ୍ୟରେ ରହେ । କାର୍ଯ୍ୟ : ଯାହା ଆମେ କଥା ବାର୍ତ୍ତା ହେଉଁ, ଗୀତ ଗାଇଥାଉଁ, ମସ୍ତିସ୍କ କୁ ବଲ ପ୍ରଦାନ କରିଥାଏ । ଉଦାନ ବାୟୁ ବିକୃତି ହେଲେ ଆଖିରେ ଚସ୍ମା ଲାଗିବା (ସମୀପ ଦୃଷ୍ଟି ଦୋଷ ହେଉ ବା ଦୂର ଦୃଷ୍ଟି ଦୋଷ), ଦାନ୍ତ ଦରଦ ହେବା, ଥାଇରଏଡ ସମସ୍ୟା, ଓଜନ ବଢିବା, ଓଜନ କମିବା, ଏବଂ ଆମ ଶରୀରରେ କେଉଁ କାର୍ଯ୍ୟ କରିବା ବା ନ କରିବା ଚିନ୍ତା କରିବାର କାର୍ଯ୍ୟ କରେ । ଶରୀରର ରଙ୍ଗ କେମିତି ହେବ କଳା, ଧଳା, ଶ୍ୟାମଲ ଆଦି ର ନିର୍ଣ୍ଣୟ କରେ ।
ଉଦାନ ବାୟୁ ଏବଂ ପ୍ରାଣ ବାୟୁ ଏମାନେ ମିଶି ବେ ତେବେ ହୃଦୟକୁ ଗତି ପ୍ରଦାନ କରନ୍ତି । ଫୁସ ଫୁସ୍ କୁ ପ୍ରଭାବୀ ରୂପରେ କାମ କରିବା ପାଇଁ ଗାଇଡ କରେ କାରଣ ଏ ଦୁହେଁ ଆମ ଶରୀରରେ ପାଖ-ପାଖି ରୁହନ୍ତି । ଅନେକ ପ୍ରକାରର କାମ ସଞ୍ଚାଳନ କରନ୍ତି ଯେମିତିକି ସମସ୍ତ ଧମନୀ, ଶିରା ଆଦିରେ ଠିକ୍ ଭାବରେ ରକ୍ତ ପ୍ରବାହିତ ହେଉଛି ନା ନାହିଁ ସେ ସବୁ । ନର୍ଭସ ସିଷ୍ଟମ କୁ ଏମାନେ ଗାଇଡ କରନ୍ତି । ଉଚ୍ଚ ରକ୍ତସ୍ରାବ ଭଳି ରୋଗ ଦ୍ଵାରା ପ୍ରାଣୀ ଶରୀରରେ ବିକୃତି ହେଲେ ଉଦାନ ବାୟୁ ଓ ପ୍ରାଣ ବାୟୁ ରେ ସମସ୍ୟା ହୁଏ ।
ବ୍ୟାନ ବାୟୁ : ଶରୀରରେ ସମସ୍ତ ଜାଗାରେ ଥାଏ । ଝାଲ ନିଷ୍କାସନ କାର୍ଯ୍ୟ କରେ । ଶରୀରର ସମସ୍ତ ବ୍ୟଜ୍ୟ ବାସ୍ତୁ ବାହାର କରିବାର କାମ କରେ ।
ସମାନ ବାୟୁ : ନାଭି ଚକ୍ର (ବଣକି) ରେ ରହେ । ଶରୀରର ସନ୍ତୁଳନ ରକ୍ଷା କରେ । ବଣକି ଘୁଞ୍ଚିଲେ ସମସ୍ତ ପ୍ରକାର ରୋଗର କାରଣ ହୋଇଥାଏ । ଯଦି ଆମ ଶରୀରର ଯେ କୌଣସି ସ୍ଥାନରେ ବ୍ୟଥା ହେଉଥାଏ ତେବେ ବୁଝିବାକୁ ହେବ ଯେ ସମାନ ବାୟୁ ପ୍ରଭାବିତ ଅଛି ।
ଅଗ୍ନି ତତ୍ତ୍ଵ : ଆମ ଶରୀରରେ ସୃଷ୍ଟି କରିବା କାର୍ଯ୍ୟ କରିଥାଏ । ଖାଦ୍ୟ ହଜମ କରିବା କାର୍ଯ୍ୟ କରେ । ଅଗ୍ନି କୁ ଚରକ ସଂହିତା ଅନୁସାରେ ୧୩ ଅଙ୍ଗ ଭାଗ କରିପାରିବା, ଯେମିତ ପାଞ୍ଚ ମହଭୂତରୁ 🔥 ଆକାଶ ଅଗ୍ନି, 🔥 ବାୟୁ ଅଗ୍ନି, 🔥 ଜଳ ଅଗ୍ନି, 🔥 ପୃଥିବୀ ଅଗ୍ନି, 🔥 ଆଗ୍ନେୟ ଅଗ୍ନି । ସପ୍ତଧାତୁ ରୁ 🔥 ରସ ଅଗ୍ନି, 🔥 ରକ୍ତ ଅଗ୍ନି, 🔥 ମାଂସ ଅଗ୍ନି, 🔥 ମେଦ ଅଗ୍ନି, 🔥 ଅସ୍ଥି ଅଗ୍ନି, 🔥 ମଜ୍ୟା ଅଗ୍ନି, 🔥 ଶୁକ୍ର ଅଗ୍ନି ଏବଂ ଆମ ଶରୀରର ଅଙ୍ଗ ଜଠର ରୁ 🔥 ଜଠର ଅଗ୍ନି ।
ଜଳ ତତ୍ତ୍ଵ : ଆମ ଶରୀରରେ ପ୍ରାୟତଃ ୭୦% ଜଳ ରହିଛି । ଏହି ତତ୍ତ୍ଵ ଶରୀରକୁ ଶୁଦ୍ଧ ରଖିଥାଏ । ବିଶୁଦ୍ଧ କରିଥାଏ । ଆମ ଶରୀରରେ ଥିବା କୋଷିକାରେ ୭୦% ଭାଗ ରହିଥାଏ । ଏଣୁ କୋଷିକା ଭିତରେ ଜଳୀୟ ଅଂଶ କମିଗଲେ (ସୁଖାପଣ) ଶରୀରରେ ବୁଢ଼ା ଆସେ । ଶରୀରକୁ ସିତଲତା ପ୍ରଦାନ କରିଥାଏ । ଶରୀରର ରକ୍ତକୁ ସନ୍ତୁଳନ କରିଥାଏ । ଗର୍ଭାଶୟରେ ଶିଶୁ ରହିଥିବା ସମୟରେ ଜଳ ଭାଗ ଅଧିକ ରହିଥାଏ ତେବେ ସେ ସମୟ ଶିଶୁଙ୍କ ପାଇଁ କଫ ର ସମୟ ହେବ । ଜଳ ତତ୍ତ୍ଵ ହେଲେ ଆମ ଶରୀରରେ ଉତ୍ତାପ ଉତ୍ପନ ହୁଏ ।
ଏହି ଜଳ ତତ୍ତ୍ଵ ଦ୍ଵାରା ଅନାବଶ୍ୟକ ତତ୍ତ୍ଵ ନିର୍ମାଣ ହୋଇଥାଏ (ଟ୍ୟୁମର ରୋଗ) । କିଡନୀ ଉପରେ ପ୍ରଭାବ ପକାଏ ଏଣୁ ଜଳ ତତ୍ତ୍ଵ କୁ ଠିକ୍ କଲେ କିଡନୀ ଜନିତ ରୋଗ ଠିକ୍ ହେବ ।
ପୃଥିବୀ ତତ୍ତ୍ୱ : ଆମ ଶରୀରରେ ଯେଉଁ ମାଂସ, ପେଟ, ହାଡ଼, ଆଦି ଅଛି ଏ ସମସ୍ତ ପୃଥିବୀ ତତ୍ତ୍ୱ ଦ୍ଵାରା ପୋଷିତ ହୁଅନ୍ତି । ପୃଥିବୀ ତତ୍ତ୍ୱ ଦ୍ଵାରା ଧାର୍ଯ୍ୟ, ସହନଶୀଳତା, ବୁଦ୍ଧି ପ୍ରଖର, ଶରୀର ସୁନ୍ଦର, ଗଠିଲା, ବାଲ, ହାଡ଼, ଆଣ୍ଠୁ ମଜଭୁତ ହେବା, ଆଖି ଜ୍ୟୋତି ଠିକ ରହିବା କାର୍ଯ୍ୟ ସମ୍ପାଦନ ହୋଇଥାଏ । ଭିଟାମିନ "A" ର ଅଭାବ ହେଲେ ଆଖି ର ସମସ୍ୟା ହୁଏ ସେ ସମିପ ଦୃଷ୍ଟି ଦୋଷ ହେଉ କିମ୍ବା ଦୂର ଦୃଷ୍ଟି ଦୋଷ ଆଦି ପୃଥିବୀ ତତ୍ତ୍ୱ ର ଅଭାବରେ ହୁଏ ।
ଆମ ଶରୀରରେ ଆକାଶ ତତ୍ତ୍ୱ ର ପ୍ରଭାବ ।
ଅନ୍ତସ୍ରବି ଗ୍ରନ୍ଥି (Endocrine Gland) , ଥାଇରଏଡ, ପାନକ୍ରିୟା, ପ୍ରଜନନ ଅଙ୍ଗ, insuline, ଲିଭର୍, Pituatari (ଉଚ୍ଚତା ବଢ଼ାଇବାରେ ସାହାଯ୍ୟ କରେ)
ସାତ୍ୱିକ ଅଟେ ଆକାଶ ତତ୍ତ୍ୱ । କଷାୟ ଔଷଧ ଦ୍ରବ୍ୟ ଏବଂ କଟୁ ଔଷଧ ଦ୍ରବ୍ୟ ରେ ଆକାଶ ତତ୍ତ୍ୱ ବହୁ ମାତ୍ରାରେ ରହେ । ଶରୀରକୁ ବାହ୍ୟ ସଂକ୍ରମଣ ରୁ ସୁରକ୍ଷା ପ୍ରଦାନ କରେ । ଆମେ ଉପବାସ କରିବା ତେବେ ଆମ ଭିତରେ ଆକାଶ ତତ୍ତ୍ୱ ବୃଦ୍ଧି ହେବ ସେହିପରି ଜପ କଲେ, ଧ୍ୟାନ ଆଦି ସାଧନା କଲେ ମଧ୍ୟ ଆକାଶ ତତ୍ତ୍ୱ ବୃଦ୍ଧି ହୋଇଥାଏ ।
କିପରି ଜାଣିବା ଶରୀରରେ ଆକାଶ ତତ୍ତ୍ୱ ବୃଦ୍ଧି ଘଟିଛି ବୋଲି ?
ଶରୀରରେ ହାଲକା ଅନୁଭବ ହେଲେ, ସ୍ୱର ଗମ୍ଭୀର ନ ଲାଗିଲେ ଅର୍ଥାତ୍ ସୁ-ମଧୁର ସ୍ୱର ହେଲେ । ଭଗବତ ମାର୍ଗ ରେ ଯିବା ପାଇଁ ଇଛୁକ ହେବା ଲକ୍ଷଣ, ରୋଗ ବ୍ୟାଧି ନ ଥିଲେ । ଅତି ସହଜରେ ରୋଗ ଗ୍ରସିତ୍ କରୁ ନ ଥିଲେ । ଧାର୍ଯ୍ୟ ସହିତ ଆଗନ୍ତୁକ ବାଧା ପ୍ରତିରୋଧ କରିବା । ଔଷଧ ଦ୍ରବ୍ୟ ଦେବା ସମୟରେ ସ୍ପର୍ଶ ଦ୍ଵାରା ରୋଗୀ ଠିକ୍ ହେବା । ପବିତ୍ର ହୃଦୟ ବ୍ୟକ୍ତିତ୍ଵ ଥିବା ଲୋକ ।
ବୃକ୍ଷମାନଙ୍କରେ ଆକାଶ ତତ୍ତ୍ୱ ଅଧିକ ଅଛି ଯେମିତି ହରଡ଼, ହଳଦୀ, ହାର ସିଙ୍ଗାର, ଲିମ୍ୱ ଗଛ, .............. ।
ଆମ ଶରୀରରେ ବାୟୁ ତତ୍ତ୍ୱ ର ପ୍ରଭାବ ।
ସୁଖାଇବା କାମ କରେ । ଶରୀର କୁ ପତଳା କରେ, ଶରୀରରେ ପୀଡ଼ା ଏହା ଦ୍ଵାରା ହୁଏ । Antibiotic ଶରୀରକୁ ଶୁଖାଇ ଦିଏ । ସଂକ୍ରମଣ ହେଲେ Antibiotic ର ପ୍ରୟୋଗ ହୁଏ । କଷାୟ
ଔଷଧ ଦ୍ରବ୍ୟ ରେ ବହୁ ମାତ୍ରାରେ ବାୟୁ ତତ୍ତ୍ୱ ରହେ । ଶୁଖିଲା ଖାଦ୍ୟ ଅଳ୍ପ ମାତ୍ରାରେ ଗ୍ରହଣ କରିବା ଉଚିତ୍ । ଶୁଖିଲା ଖାଦ୍ୟ ଜଳ ତତ୍ତ୍ୱ କୁ ଶୁଖାଇ ଏଣୁ ଶରୀର ପତଳା ହୁଏ, Detoxin କାମ ହୁଏ। ବର୍ଜ୍ୟ ବସ୍ତୁ ନିଷ୍କାସନ କମିଯିବ, ପରିସ୍ରା କରିବା କମିଯିବ । କିଡନୀ ପ୍ରଭାବିତ ହୁଏ । ଚର୍ମ କୁଞ୍ଚା କୁଞ୍ଚା ହୁଏ । Skin Deasis, Sorisis, Scalling, ଅଧିକ ପୀଡ଼ା ହେବ। ତୈଳ ର ପ୍ରଲେପନ ଦ୍ଵାରା ବାୟୁ ତତ୍ତ୍ୱ ଠିକ୍ ହେବ, ବାୟୁ ତତ୍ତ୍ୱ କୁ ବୃଦ୍ଧି କରିଥାଏ ।
ପଞ୍ଚ ଗବ୍ୟ ରେ ପାଞ୍ଚ ମହାଭୂତର ସ୍ଥାନ କେଉଁଠି ?
ପଞ୍ଚ ଗବ୍ୟ : ଦୁଧରେ ଜଳ ତତ୍ତ୍ଵର ପ୍ରାଧାନ୍ୟ ଆଧିକ୍ୟ ରହେ ।
ପଞ୍ଚ ଗବ୍ୟ : ଦହିରେ ଆକାଶ ତତ୍ତ୍ଵର ପ୍ରାଧାନ୍ୟ ଆଧିକ୍ୟ ରହେ ।
ପଞ୍ଚ ଗବ୍ୟ : ଘିଅରେ ଅଗ୍ନି ତତ୍ତ୍ଵର ପ୍ରାଧାନ୍ୟ ଆଧିକ୍ୟ ରହେ ।
ପଞ୍ଚ ଗବ୍ୟ : ଗୋମୂତ୍ରରେ ବାୟୁ ତତ୍ତ୍ଵର ପ୍ରାଧାନ୍ୟ ଆଧିକ୍ୟ ରହେ ।
ପଞ୍ଚ ଗବ୍ୟ : ଗୋବରରେ ପୃଥିବୀ ତତ୍ତ୍ଵର ପ୍ରାଧାନ୍ୟ ଆଧିକ୍ୟ ରହେ ।
(ସ୍ୱଦେଶୀ ନସଲ ଗୋମାତାଙ୍କ ପଞ୍ଚଗବ୍ୟ)
କର୍ମ ଅନୁସାରେ ଅଗ୍ନି
🔥 ସମ୍ ଅଗ୍ନି
🔥 ବିଷମ ଅଗ୍ନି
🔥 ତୀକ୍ଷ୍ଣ ଅଗ୍ନି
🔥 ମନ୍ଦ ଅଗ୍ନି



Comments
Post a Comment