A006 ଦ୍ରବ୍ୟମାନଙ୍କ ବର୍ଣ୍ଣନା
ଦ୍ରବ୍ୟମାନଙ୍କ ବର୍ଣ୍ଣନା
ଆୟୁର୍ବେଦ ଭାରତର ସର୍ବପୁରାତନ ଚିକିତ୍ସା ପଦ୍ଧତି ଅଟେ । ଜୀବନ ର ବିଜ୍ଞାନ ଅଟେ । ସେ ଆମକୁ ପ୍ରକୃତି ସହ ଆତ୍ମସାତ ହେଇ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ ଜୀବନ ଜାପାନ ର କଳା ଶିକ୍ଷା ଦେଇଥାଏ ।
ଆୟୁର୍ବେଦର ମାନ୍ୟତା ଅନୁସାରେ ଦୁନିଆର ସମସ୍ତ ପଦାର୍ଥ ଗୁଡ଼ିକ ପଞ୍ଚ ମହାଭୂତ ରୁ ଉତ୍ପନ୍ନ ହୋଇଛି ପୃଥିବୀ, ଜଳ, ବାୟୁ, ଅଗ୍ନି, ଆକାଶ । ଆମ ଶରୀର ମଧ୍ୟ ଏହି ପଞ୍ଚ ମହାଭୂତ ରୁ ଉତ୍ପନ୍ନ ହୋଇଛି । ଯେତେବେଳେ ଆମ ଶରୀରରେ ଏହି ମହାଭୂତମାନଙ୍କ ମଧ୍ୟରେ ଅସନ୍ତୁଳନ ହୁଏ ସେତେବେଳେ ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଉତ୍ପନ୍ନ ହୋଇଥାଏ ।
ସେହିସବୁ ରୋଗ ଗୁଡିକକୁ ପ୍ରଶମିତ କରିବାପାଇଁ ଆୟୁର୍ବେଦରେ ଅନେକ ପ୍ରକାରର ଦ୍ରବ୍ୟ ପଦାର୍ଥ ର ବ୍ୟବହାର କରାଯାଏ ।
ଦ୍ରବ୍ୟ ଆୟର୍ବେଦ ଚିକିତ୍ସାର ମୂଲ ଉତ୍ପାଦନ ଅଟେ । ଏହା ସେହି ବସ୍ତୁ ବା ପଦାର୍ଥ ଯିଏ କି ଆମ ଶରୀରରେ ପ୍ରବେଶ କରି ରୋଗୀମାନଙ୍କୁ ଦୂର କରେ କିମ୍ବା ଶରୀରକୁ ସ୍ବାସ୍ଥ୍ୟ ରଖିବାରେ ସାହାଯ୍ୟ କରେ । ଦ୍ରବ୍ୟ ଗୁଡ଼ିକ ଆମକୁ ଆମର ଆଖ-ପାଖରେ ମିଳେ । ପୃଥିବୀ, ଜଳ, ଅଗ୍ନି, ବାୟୁ ଏବଂ ଆକାଶ ଏହି ସବୁ ପଞ୍ଚ ମହାଭୂତର ମିଳନରେ ବିଭିନ୍ନ ପ୍ରକାରର ଦ୍ରବ୍ୟ ଉତ୍ପନ୍ନ ହୁଏ । ଏହି ପାଞ୍ଚ ପ୍ରକାରର ଗୁଣ ପାଞ୍ଚ ପ୍ରକାରର ମାତ୍ରା ଏବଂ ସେମାନଙ୍କ ମିଳନର ଭାଗ ଉପରେ ନିର୍ଭର କରେ ।
ଦ୍ରବ୍ୟ ର ବିଭାଗ :
ପାର୍ଥିବ ଦ୍ରବ୍ୟ
ଜାଙ୍ଗମ୍ ଦ୍ରବ୍ୟ
ଔଦଭିକ ଦ୍ରବ୍ୟ
ପାର୍ଥିବ ଦ୍ରବ୍ୟ ସେହିଗୁଡ଼ିକ ଯାହା ଧରା ଜଗତରେ ମିଲୁଛି। ଯେମିତିକି ଖଣିଜ, ମାଟି, ପଥର ...........
ଜାଙ୍ଗମ୍ ଦ୍ରବ୍ୟ ସେହିଗୁଡ଼ିକ ଯାହା ଜୀବଜନ୍ତୁ ମାନଙ୍କ ଠାରୁ ମିଲୁଛି। ଯେମିତିକି ଦୁଧ, ମହୁ, ଗୋ-ମୂତ୍ର ...........
ଔଦଭିକ ଦ୍ରବ୍ୟ ସେହିଗୁଡ଼ିକ ଯାହା ବୃକ୍ଷ-ଲତା ରୁ ମିଲୁଛି। ଯେମିତିକି ଫଳ, ଫୁଲ, ଚେର-ମୂଳ ...........
ପାର୍ଥିବ ଦ୍ରବ୍ୟ ପୃଥିବୀ ଭିତରୁ ମିଳେ ଏବଂ ଏହା ମଧ୍ୟରେ ଔଷଧିୟ ଗୁଣ ଥାଏ । ସୁନା, ରୂପା, ଲୁହା, ତମ୍ବା, ଅଭ୍ରକ, ସିଲାଜିତ୍, ମାଟି ।
ସୁନା ହୃଦୟ ରୋଗରେ ଲାଭକାରୀ ହୁଏ ।
ରୂପା ଆଖି ପାଇଁ ଭଲ ଆଟେ ।
ତମ୍ବା ରକ୍ତ ଜନିତ ରୋଗ ମାନଙ୍କରେ ଠିକ କରିବାରେ ସାହାଯ୍ୟ କରେ ।
ସିଲାଜିତ୍ ତାକତ ଏବଂ ଉର୍ଜା ଦିଏ ।
ଅଭ୍ରକ ରେ ରସାୟନ ଏବଂ ବାଜିକରଣ ଗୁଣ ଅଛି ।
ଜଙ୍ଗମ୍ ଦ୍ରବ୍ଯ ଗତିଶୀଳ ଜୀବନ ର ଔଷଧ । ଜୀବିତ ପ୍ରାଣୀ ମାନଙ୍କରୁ ଆସୁଥିବା ଦ୍ରବ୍ୟ ଜlଙ୍ଗମ୍ ଦ୍ରବ୍ଯ କହିଥାଉ । ମହୁ, ଦୁଧ, ଗୋ ମୂତ୍ର, ଗୋବର, ମାଂସ, ଏବଂ ଅଣ୍ଡା ଏହିସବୁ ମୁଖ୍ୟ ଜଙ୍ଗମ୍ ଦ୍ରବ୍ଯ ଅଟେ ।
ମହୁ ଦ୍ଵାରା ତାକତ ଓ ରୋଗ ପ୍ରତିରୋଧକ କ୍ଷମତା ବିଶେଷ ରୂପରେ ଆସେ ।
ଦୁଧ ପୋଷାକ ତତ୍ତ୍ୱ ରେ ଭରପୁର ଥାଏ ।
ଗୋ ମୂତ୍ର ବହୁତ ଗୁଡ଼ାଏ ରୋଗ ରେ ଲାଭକାରୀ ସିଦ୍ଧ ହୁଏ ।
ଔଦଭିକ ଦ୍ରବ୍ୟ ବନସ୍ପତି ଜଗତର ଉପହାର ଅଟେ । ବନସ୍ପତିୟ ଦ୍ରବ୍ଯ ଫଳ, ଫୁଲ, ପତ୍ର, ବିଜ, ଛାଲ, ଲାସା, ଚେରି-ମୂଲି ଆଦି । ଉଦାହରଣ : ତୁଳସୀ, ଅସ୍ଵଗନ୍ଧା, ହଳଦୀ, ଅଦା, ଅଁଅଲା, ବ୍ରାହ୍ମୀ, ସଂଖପୁଷ୍ପି, ଶୁଣ୍ଠୀ, ଗୋଲ ମରିଚ, ........ ।
ପଞ୍ଚ ମହାଭୁତ ଦ୍ରବ୍ଯ ମାନଙ୍କ ମୁଲ ତତ୍ତ୍ୱ
ସମସ୍ତ ଔଷଧୀୟ ଜିନିଷ ମାନ ପଞ୍ଚ ତତ୍ତ୍ୱ ପୃଥିବୀ, ଜଳ, ବାୟୁ, ଅଗ୍ନି ଏବଂ ଆକାଶ ରୁ ମିଳିମିଶି ତିଆରି ହୋଇଛି ।
ପୃଥିବୀ ତତ୍ତ୍ୱ ଦ୍ରବ୍ଯ ମାନଙ୍କୁ କଠିଣତ୍ୱ ବସ୍ତୁ ରୂପରେ ଆକାର ଦେଇଥାଏ ।
ଜଳ ତତ୍ତ୍ୱ ଦ୍ରବ୍ଯ ମାନଙ୍କୁ ପାଣି ପରି କରି ଥାଏ ।
ବାୟୁ ତତ୍ତ୍ୱ ଦ୍ରବ୍ଯ ମାନଙ୍କୁ ଗତିଶିଲତା ଦେଇଥାଏ ।
ଅଗ୍ନି ତତ୍ତ୍ୱ ଦ୍ରବ୍ଯ ମାନଙ୍କୁ ଉଷ୍ଣତା ପ୍ରଦାନ ଦେଇଥାଏ ।
ଆକାଶ ତତ୍ତ୍ୱ ଦ୍ରବ୍ଯ ମାନଙ୍କୁ ହାଲୁକା କରାଇଥାଏ ।
ଦ୍ରବ୍ଯ ମାନଙ୍କ ଗୁଣ ତାହାଙ୍କ ନିର୍ମାଣରେ ଉପଯୋଗ ହୋଇଥିବା ପଞ୍ଚ ତତ୍ତ୍ୱ ର ମାତ୍ରା ଉପରେ ନିର୍ଭର କରିଥାଏ । ରସ, ଗୁଣ, ବୀର୍ଯ୍ୟ, ବିପାକ ଏସବୁ ଔଷଧୀୟ ସମ୍ପତ୍ତିର ପରିଚୟ ଦେଇଥାଏ ।
ଆୟୁର୍ବେଦ ରେ ଦ୍ରବ୍ଯ ମାନଙ୍କ ଔଷଧୀୟ ସମ୍ପତ୍ତିର ପରିଚୟ ଜାଣିବା ପାଇଁ ରସ, ଗୁଣ, ବୀର୍ଯ୍ୟ ଏବଂ ବିପାକ ମାନଙ୍କର ଅଧ୍ୟୟନ ନିତାନ୍ତ ଜରୁରୀ ।
ରସ ଦ୍ରବ୍ଯ ର ସ୍ଵାଦ ଅଟେ । ଗୁଣ ତାହାର ପ୍ରକୃତି ଅଟେ । ବୀର୍ଯ୍ୟ ତାହାର ଶକ୍ତି ଅଟେ । ବିପାକ ପାଚନ କ୍ରିୟା ପରେ ତାହାର ପ୍ରଭାବ ଆସେ । ଏହି ଚାରିର ଔଷଧୀୟ ସମ୍ପତ୍ତିର ଆଧାର ଉପରେ କେବଳ ଦ୍ରବ୍ଯର ଶରୀର ଉପରେ ପ୍ରଭାବ କେତେ ହେଉଛି ନିର୍ଧାରଣ କରିହେବ ।
ଦ୍ରବ୍ଯ ମାନଙ୍କ ଔଷଧୀୟ ମହତ୍ୱ
ଦ୍ରବ୍ଯ ଆୟୁର୍ବେଦ ଚିକିତ୍ସାରେ ମୂଳ-ତତ୍ତ୍ୱ ଅଟେ । ଏମାନେ ଶରୀରରେ ପ୍ରବେଶ କଲା ପରେ ରୋଗ ଗୁଡ଼ିକୁ ଦୂର କରିଥାଏ ।
ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇଥାଏ ।
ଶରୀରକୁ ସ୍ୱଚ୍ଛ ରଖିବାରେ ସାହାଯ୍ୟ କରେ ।
ପ୍ରାଚୀନ ସମୟରୁ ଆୟୁର୍ବେଦ ଗ୍ରନ୍ଥ ମାନଙ୍କରେ ବର୍ଣ୍ଣିତ ଅନେକ ପ୍ରକାରର ରୋଗ ମାନଙ୍କ ଉପଚାର ପାଇଁ ଦ୍ରବ୍ଯ ମାନଙ୍କର ବ୍ୟବହାର ହୋଇ ଆସୁଛି ।
ଆୟୁର୍ବେଦରେ ଦ୍ରବ୍ଯ ମାନଙ୍କ ଭବିଷ୍ୟ
ଆଜିର ଆଧୁନିକ ସମୟରେ ଇଂରାଜୀ ମେଡିସିନ ର ଦୁଷ୍ପ୍ରଭାବ ବିଷୟରେ ଲୋକମାନେ ଜାଣିବାକୁ ପାରୁଛନ୍ତି ଏଣୁ ପ୍ରାକୃତିକ ଏବଂ ସୁରକ୍ଷିତ ଚିକିତ୍ସା ଆଡ଼କୁ ଆକୃଷ୍ଟ ହେଉଛନ୍ତି । ତେଣୁ ଆୟୁର୍ବେଦ ଦ୍ରବ୍ଯ ମାନଙ୍କର ଗୁରୁତ୍ଵ ଆହୁରି ମଧ୍ୟ ବଢିବ । ଆୟୁର୍ବେଦ ଦ୍ରବ୍ଯ ପ୍ରକୃତିର ଅନମୋଲ ଉପହାର ହୋଇଥିବାରୁ ଆମକୁ ସ୍ବାସ୍ଥ୍ୟ ଏବଂ ଦୀର୍ଘାୟୁ ପ୍ରଦାନ କରିଥାଏ ।
Comments
Post a Comment